ଉନ୍ନତ ଶୁକ୍ର ଉତ୍ପାଦନ

ଉନ୍ନତ ଶୁକ୍ର ଉତ୍ପାଦନ

ଗୋ-ପ୍ରଜନନ ପାଇଁ ଉନ୍ନତମାନର ହିମୀକୃତ ଶୁକ୍ର (Frozen Semen) ଏକ ଅତି ଗୁରୁତ୍ୱପୂର୍ଣ୍ଣ ଉପାଦାନ। କ୍ଷେତ୍ରସ୍ତରୀୟ ଆବଶ୍ୟକତା ଅନୁଯାୟୀ ଶୁକ୍ର ଉତ୍ପାଦନ ଯୋଜନା ପ୍ରସ୍ତୁତ କରାଯାଉଛି ଏବଂ ଉତ୍ପାଦନରେ ଥିବା ନିଅଣ୍ଟକୁ ଦୂର କରିବା ପାଇଁ ଦେଶର ପ୍ରମୁଖ ସଂସ୍ଥାଗୁଡ଼ିକରୁ ଉନ୍ନତମାନର ସଙ୍କର ଜାତୀୟ ଗାଈ ଏବଂ ମଇଁଷି ପ୍ରଜାତିର ହିମୀକୃତ ଶୁକ୍ର ସଂଗ୍ରହ କରାଯାଇ ଭରଣା କରାଯାଉଛି।

ହିମୀକୃତ ଶୁକ୍ର ବ୍ୟାଙ୍କ (FSB), ଖପୁରିଆ, କଟକ

୧୯୭୮ ମସିହାରେ ପ୍ରତିଷ୍ଠିତ କଟକସ୍ଥିତ ହିମୀକୃତ ଶୁକ୍ର ବ୍ୟାଙ୍କ (FSB), ରାଜ୍ୟର ଏକମାତ୍ର ଶୁକ୍ର ଉତ୍ପାଦନକାରୀ କେନ୍ଦ୍ର ଯାହା ସମସ୍ତ ୩୦ଟି ଜିଲ୍ଲାକୁ ହିମୀକୃତ ଶୁକ୍ର ଷ୍ଟ୍ର’ (Straws) ଯୋଗାଇଥାଏ। ଏହାର ମୋଟ କ୍ଷେତ୍ରଫଳ ୭.୮୫ ଏକର। ଉନ୍ନତମାନର ହିମୀକୃତ ଶୁକ୍ର ଉତ୍ପାଦନ ପାଇଁ ରାଜ୍ୟ କ୍ଷେତ୍ର ଯୋଜନା ‘ସୁଦୃଢ଼ ଦୁଗ୍ଧ ସଂଗଠନ’ (SDO) ଏବଂ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ‘ରାଷ୍ଟ୍ରୀୟ ଗୋକୁଳ ମିଶନ’ (RGM) ଅଧୀନରେ FSB କୁ ସୁଦୃଢ଼ କରାଯାଉଛି। ବର୍ତ୍ତମାନ କଟକ FSB ଠାରେ ଡେନମାର୍କରୁ ଆସିଥିବା ୫ଟି ଜର୍ସି ଷଣ୍ଢ, ଜର୍ମାନୀରୁ ଆସିଥିବା ୫ଟି ଏଚ୍.ଏଫ୍ (HF) ଷଣ୍ଢ ଏବଂ ପଶ୍ଚିମବଙ୍ଗ ଗୋସମ୍ପଦ ବିକାଶ ସଂସ୍ଥାରୁ ଆସିଥିବା ୩ଟି ଉଚ୍ଚ ବଂଶାବଳୀର ବିଶୁଦ୍ଧ ଜର୍ସି ଷଣ୍ଢ ଶୁକ୍ର ସଂଗ୍ରହ ପାଇଁ ଉପଲବ୍ଧ ଅଛନ୍ତି।

କଟକ FSB ‘ISO 9001:2015’ ପ୍ରମାଣିତ ଏବଂ ଭାରତ ସରକାରଙ୍କ DAHD କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ (CMU) ଦ୍ୱାରା ୨୦୨୨-୨୩ ବର୍ଷ ପାଇଁ “B” ଗ୍ରେଡ୍ ପାଇଛି। FSB ଅଧୀନରେ ଥିବା ହିମୀକୃତ ଶୁକ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ମଧ୍ୟ DAHD ଦ୍ୱାରା ସ୍ୱୀକୃତିପ୍ରାପ୍ତ। ୨୦୨୫-୨୬ ବର୍ଷ ମଧ୍ୟରେ କୃତ୍ରିମ ପ୍ରଜନନ ପାଇଁ FSB ୨ ଲକ୍ଷ ଶୁକ୍ର ଷ୍ଟ୍ର’ ଉତ୍ପାଦନ କରିଛି।

ମୁଖ୍ୟ ଉଦ୍ଦେଶ୍ୟ

  • ଷଣ୍ଢ ମାନଙ୍କର କ୍ରୟ ଏବଂ ପରିଚାଳନା।
  • ଉନ୍ନତମାନର ହିମୀକୃତ ଶୁକ୍ର ଉତ୍ପାଦନ।
  • ହିମୀକୃତ ଶୁକ୍ରର ସଂରକ୍ଷଣ ଏବଂ ବିଭିନ୍ନ କ୍ଷେତ୍ରସ୍ତରୀୟ ସଂସ୍ଥାକୁ ପ୍ରେରଣ।
  • ଉଚ୍ଚ ବଂଶାବଳୀର (High Pedigree) ଶୁକ୍ର ସଂଗ୍ରହ।
  • ତରଳ ନାଇଟ୍ରୋଜେନ୍‌ର ସଂଗ୍ରହ ଓ ବିତରଣ ଏବଂ କୃତ୍ରିମ ପ୍ରଜନନ (AI) ପାଇଁ ଆବଶ୍ୟକୀୟ ସାମଗ୍ରୀ ପରିଚାଳନା।
  • ପ୍ରାଣୀ ଚିକିତ୍ସକ ଏବଂ ପାରା-ଭେଟ୍ ମାନଙ୍କୁ ମୌଳିକ କୃତ୍ରିମ ପ୍ରଜନନ ଓ ପୁନଶ୍ଚର୍ଯ୍ୟା ପ୍ରଶିକ୍ଷଣ ପ୍ରଦାନ।

ବୁଲ୍ ଷ୍ଟେସନ୍ (Bull Station)

ଉନ୍ନତମାନର ହିମୀକୃତ ଶୁକ୍ର ଉତ୍ପାଦନ ପାଇଁ SDO ଏବଂ RGM ଯୋଜନା ଅଧୀନରେ FSB କୁ ସୁଦୃଢ଼ କରାଯାଉଛି। ଏଠାରେ ୧୧୦ଟି ଷଣ୍ଢ ରହିବା ପାଇଁ ସିଙ୍ଗଲ୍ ପେନ୍ (Single pen) ସୁବିଧା ଥିବା ୫ଟି ଶେଡ୍ ସହିତ ପୃଥକ ‘ଆଇସୋଲେସନ’ ଏବଂ ‘କ୍ୱାରାଣ୍ଟାଇନ୍’ ଶେଡ୍ ବ୍ୟବସ୍ଥା ରହିଛି। ବର୍ତ୍ତମାନ ବାରଟି ଶ୍ରେଣୀର ମୋଟ ୧୧୧ଟି ଷଣ୍ଢଙ୍କର ରକ୍ଷଣାବେକ୍ଷଣ କରାଯାଉଛି। ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ MSP ଅନୁଯାୟୀ ଷଣ୍ଢମାନଙ୍କର ଯତ୍ନ ନିଆଯାଉଛି। କୋଲକାତାସ୍ଥିତ RDDL ଦ୍ୱାରା ଷଣ୍ଢମାନଙ୍କର ଷାଣ୍ମାସିକ ରୋଗ ପରୀକ୍ଷା (ଯଥା: BVD, IBR, TB, JD, Brucellosis, Campylobacteriosis, ଏବଂ Trichomoniasis) କରାଯାଉଛି। NDDB ଦ୍ୱାରା ସମସ୍ତ ଷଣ୍ଢଙ୍କର କାର୍ଯ୍ୟୋଟାଇପିଂ (Karyotyping) ଏବଂ GEBV ଆକଳନ କରାଯାଇଛି। ଏହା ସହିତ ସମସ୍ତ ସଙ୍କର ଜାତୀୟ ଷଣ୍ଢଙ୍କର ଆନୁବଂଶିକ ରୋଗ ଯଥା BLAD, Citrullinemia, Factor-XI, ଏବଂ DUMPS ର ପରୀକ୍ଷା ମଧ୍ୟ NDDB ରେ କରାଯାଇଛି

ମାନ ନିୟନ୍ତ୍ରଣ ପରୀକ୍ଷାଗାର (Quality Control Laboratory)

ଭାରତ ସରକାରଙ୍କ MSP ଅନୁଯାୟୀ ନିୟମିତ ଭାବେ ‘Post Thaw Motility’, ‘HOS Test’, ‘Incubation Test’, ‘Acrosome Integrity’, ‘Microbial Load’, ‘Sperm Morphology’ ଆଦି ସମସ୍ତ ଗୁଣବତ୍ତା ପରୀକ୍ଷା କରାଯାଉଛି, ଯଦ୍ଦ୍ୱାରା କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶୁକ୍ର ଷ୍ଟ୍ର’ଗୁଡ଼ିକୁ ହିଁ କ୍ଷେତ୍ରସ୍ତରରେ ବ୍ୟବହାର କରାଯାଇପାରିବ