ଜାତୀୟ ପ୍ରାଣୀଧନ ମିଶନ

ଜାତୀୟ ପ୍ରାଣୀଧନ ମିଶନ

ଭାରତ ସରକାରଙ୍କ ସହାୟତାରେ ପରିଚାଳିତ ଜାତୀୟ ପ୍ରାଣୀଧନ ମିଶନ (National Livestock Mission) ଅନ୍ତର୍ଗତ ‘ପ୍ରାଣୀ ସମ୍ପଦ ବିପତ୍ତି ପରିଚାଳନା ଏବଂ ବୀମା’ ଯୋଜନା ବର୍ତ୍ତମାନ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି। ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ସମିତି (OLRDS) ଏହି ଯୋଜନାର ରାଜ୍ୟ କାର୍ଯ୍ୟକାରୀ ସଂସ୍ଥା ଭାବେ ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟ କରୁଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶୁମାନଙ୍କର ଅକାଳ ମୃତ୍ୟୁ ଜନିତ କ୍ଷତିରୁ ପ୍ରାଣୀପାଳକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ସେମାନଙ୍କୁ ବିପତ୍ତିରୁ ରକ୍ଷା କରିବା ସହ ପ୍ରାଣୀପାଳନର ଲାଭ ବିଷୟରେ ଅବଗତ କରାଇବା। ଏହି ଯୋଜନା ମାଧ୍ୟମରେ ପ୍ରାଣୀପାଳକମାନଙ୍କୁ ସ୍ୱଳ୍ପ ଅଂଶଦାନ ବଦଳରେ ସରକାରୀ ସହାୟତା (ସବସିଡି) ପ୍ରଦାନ କରାଯାଉଛି।

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନ୍ୟାସନାଲ ଇନସୁରାନ୍ସ କମ୍ପାନୀ ଲିମିଟେଡ୍ (NICL) କୁ ବୀମାକାରୀ ସଂସ୍ଥା ଏବଂ ‘ସାଲାସାର ଓ ଏଚଆଇବିଏଲ୍’ (Salasar & HIBL) କୁ ମଧ୍ୟବର୍ତ୍ତୀକାରୀ ସଂସ୍ଥା ଭାବେ ଦାୟିତ୍ୱ ଦିଆଯାଇଛି। ଜାତୀୟ ପ୍ରାଣୀଧନ ମିଶନ ଅଧୀନରେ ମୋଟ ୯୬,୨୨୭ ପ୍ରାଣୀ (୪୮,୮୯୮ ବଡ଼ ପ୍ରାଣୀ ଏବଂ ୪୭,୩୨୯ ଛୋଟ ପ୍ରାଣୀ )ଙ୍କର ବୀମା କରାଯାଇଛି। ବୀମା ରାଶିର ପ୍ରିମିୟମ୍ ହାର ୨.୬୫% ଧାର୍ଯ୍ୟ କରାଯାଇଛି, ଯେଉଁଥିରେ ପ୍ରାଣୀ ପାଳକଙ୍କ ଅଂଶ ୧୫% ଏବଂ ସରକାରଙ୍କ ଅଂଶଦାନ ୮୫% ରହିଛି।