- କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ଅଞ୍ଚଳରେ ପଶୁପାଳନର ପ୍ରସାର ଓ ବିକାଶ କରିବା
- ସୁବ୍ୟବସ୍ଥିତ ପ୍ରଜନନ ପାଇଁ ଗ୍ରାମ ସ୍ତରରେ ଏବଂ ଚାଷୀଙ୍କ ଦ୍ୱାରଦେଶରେ ଉନ୍ନତମାନର କୃତ୍ରିମ ପ୍ରଜନନ (AI) ସେବା ଯୋଗାଇଦେବା
- ପ୍ରଜନନ ପରିଚାଳନା ମାଧ୍ୟମରେ ଗୋ-ସମ୍ପଦର ବିକାଶ ପାଇଁ ବିଭିନ୍ନ ଉତ୍ସରୁ ସମ୍ବଳ ଏକତ୍ରିତ କରିବା
- କୃତ୍ରିମ ପ୍ରଜନନ (AI) କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଉନ୍ନତ ପ୍ରଜନନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଦୁଗ୍ଧପ୍ରଦ ପଶୁମାନଙ୍କର ଉତ୍ପାଦିକା ଶକ୍ତି ବୃଦ୍ଧି କରିବା
- ଉଚ୍ଚ ବଂଶଗତ ଗୁଣସମ୍ପନ୍ନ (HGM) ପ୍ରଜନନକ୍ଷମ ଷଣ୍ଢଙ୍କର ‘ଲିଙ୍ଗ ନିରୂପିତ ଶୁକ୍ର’ (Sex Sorted Semen) ବ୍ୟବହାର କରି ନିଶ୍ଚିତ ଭାବରେ ମାଈ ବାଛୁରୀ ପ୍ରାପ୍ତ କରିବା
- ବଂଶ ସଂରକ୍ଷଣ ମାଧ୍ୟମରେ ସ୍ଥାନୀୟ ବା ଦେଶୀ ପ୍ରଜାତିର ସୁରକ୍ଷା କରିବା
- ବନ୍ଧ୍ୟାକରଣ ଶିବିର ଆୟୋଜନ କରି ଦୁଗ୍ଧପ୍ରଦ ପଶୁମାନଙ୍କର ପ୍ରଜନନ କ୍ଷମତା ବୃଦ୍ଧି କରିବା
- ଭାରତ ସରକାରଙ୍କ ପ୍ରଜନନ ସମ୍ବନ୍ଧୀୟ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ରାଜ୍ୟ କାର୍ଯ୍ୟକାରୀ ସଂସ୍ଥା ଭାବରେ କାର୍ଯ୍ୟ କରିବା
|
|
|
| 

