ହିମିକୃତ ଶୁକ୍ରର ସଂରକ୍ଷଣ ପାଇଁ ହିମୀକୃତ ଶୁକ୍ର ଭଣ୍ଡାର ତରଳ ଯବକ୍ଷାରଜ।ନ ସଂଗ୍ରହ କରି ସମସ୍ତ କୃତ୍ରିମ ପ୍ରଜନନ କେନ୍ଦ୍ରକୁ ନିରବଛିନ୍ନ ଭାବେ ବଣ୍ଟନ କରିଥାଏ । ଏଥି ସହିତ ଶୁକ୍ରର ସଂରକ୍ଷଣ ପାଇଁ ବିଭିନ୍ନ ପ୍ରକାର କ୍ରାୟୋକେନ (Cryocan) ଯଥା BA -3, BA -35, TA -55, IN -50, PM -54 ଆଦି ଯୋଗାଇ ଦିଆଯାଉଛି | କୃତ୍ରିମ ପ୍ରଜନନ ନିମିତ ଆବଶ୍ୟକୀୟ ଉପକରଣ ଯଥା କୃତ୍ରିମ ପ୍ରଜନନ ଗନ (AI Gun), ସିଥ (Sheeth) ଆଦି ଯୋଗାଇ ଦିଆଯାଉଛି | କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ଆନୁକୁଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ପାଇଁ OLRDS ମାଧ୍ୟମରେ RGM, NDP ରୁ ଅର୍ଥ ରାଶି ଯୋଗାଇଦେବା ସଙ୍ଗେ ସଙ୍ଗେ ରାଜ୍ୟ ଯୋଜନାରେ “Strengthening of Dairy Organization ” ମାଧ୍ୟମରେ ଅର୍ଥ ଯୋଗାଇଦେବାର ବ୍ୟବସ୍ଥା ଅଛି |
ଆର.ଜି.ଏମ୍ (RGM) ଅଧୀନରେ ଉପଲବ୍ଧ ପାଣ୍ଠିରୁ ତରଳ ଯବକ୍ଷାରଜାନ (LN2) ପରିବହନ ପାଇଁ ସମସ୍ତ ୩୦ଟି ଜିଲ୍ଲାକୁ ଅର୍ଥରାଶି ପ୍ରଦାନ କରାଯାଇଛି। ଏହାଦ୍ୱାରା ଜିଲ୍ଲାଗୁଡ଼ିକୁ ଅବିରତ ଭାବେ ତରଳ ଯବକ୍ଷାରଜାନ ଯୋଗାଇ ଦିଆଯାଇପାରିବ ଏବଂ ସମଗ୍ର ରାଜ୍ୟରେ ଉନ୍ନତ କୃତ୍ରିମ ପ୍ରଜନନ (AI) ସେବା ପ୍ରଦାନ କରାଯାଇପାରିବ।
|
| 

